କନ୍ଧମାଳରେ ସଡ଼କ ଦୁର୍ଘଟଣା – ଦୁଇ ବାଇକ୍‍ ଆରୋହୀ ମୃତ, କାର ଚାଳକ ଗୁରୁତର

ସମାଜ ପୋର୍ଟାଲ ଡେସ୍କ: ଫୁଲବାଣୀ ସଦର ଥାନା ଅନ୍ତର୍ଗତ ବିଶିପଡ଼ା ଛକ ନିକଟରେ ଆଜି ସକାଳ ୧୦ ଟା ସମୟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ବାଇକ୍‍ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଉଭୟଙ୍କର ବୟସ ୨୫ରୁ ୩୦ ବର୍ଷ ମଧ୍ୟରେ ହେବ। ସୂଚନା ଅନୁଯାୟୀ, ଗୋଛାପଡ଼ା ଥାନା ଅଲିମାଡ଼ା ଗ୍ରାମର ଦୁଇ ଭାଇ ପ୍ରଦୀପ ବଘାର ଓ ନରେଶ ବଘାର ଏକ ବାଇକ୍‍ ଯୋଗେ ଫୁଲବାଣୀରୁ ଗୋଛାପଡା ଫେରୁଥିବା ସମୟରେ ବିପରିତ ଦିଗରୁ ଆସୁଥିବା ଏକ କାର୍‍ ସହିତ ମୁହାଁମୁହିଁ ଧକ୍କା ହେବାରୁ ଦୁର୍ଘଟଣା ଘଟିଥିଲା। ଫଳରେ ଘଟଣାସ୍ଥଳରେ ଉଭୟ ବାଇକ୍‍ ଆରୋହିଙ୍କ ମୃତ୍ୟୁ ଘଟିଛି। ଏଥିରେ କର ଚଳାଉଥିବା ବେଦାନ୍ତର ଏଜିଏମ ଜିତେନ୍ଦ୍ର କୁମାର ପାତ୍ର ଆହତ ହୋଇଛନ୍ତି।

ଖବର ପାଇ ଫୁଲବାଣୀ ସଦର ଥାନା ଅଧିକାରୀ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି। ଆହତ ଜିତେନ୍ଦ୍ର କୁମାର ପାତ୍ରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରିଛି।

Comments are closed.