କୁହୁଡ଼ି ଯୋଗୁଁ ବସ ଦୁର୍ଘଟଣାଗ୍ରସ୍ତ ; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଯାଜପୁର : ଯାଜପୁର ଥାନା ଅନ୍ତର୍ଗତ କିଆନାଳୀ ଛକ ନିକଟରେ କୁହୁଡି ଯୋଗୁଁ ମଙ୍ଗଳବାର  ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟବଶତଃ ବସରେ ଥିବା ଯାତ୍ରୀମାନେ ଅଳ୍ପକେ ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ବସରେ ପ୍ରାୟ ୫୨ ଜଣ ଯାତ୍ରୀ ଥିଲେ । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ବୋଲି ଜଣାପଡ଼ିଛି। ସୂଚନା ଯୋଗ୍ୟ, ଦୁର୍ଘଟଣାଗ୍ରସ୍ତ ବସଟି କଲକାତାରୁ ଓଳାଭର ଆସୁଥିବା ସମୟରେ କୁହୁଡି ଯୋଗୁଁ ରାସ୍ତା ମଝିରେ ଥିବା ଡିଭାଇଡରରେ ପିଟି ହୋଇଥିଲା । ଫଳରେ ଏକ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ବସଟି ଆଉ ନଯାଇପାରିବାରୁ ଅନ୍ୟ ଏକ ଗାଡିର ସହାୟତାରେ ଯାତ୍ରୀ ମାନଙ୍କୁ ପଠାଯାଇଛି । ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.