ଟ୍ରକ-ଭ୍ୟାନ ଧକ୍କା ; ୬ ମୃତ

ଜୟପୁର : ରାଜସ୍ଥାନର ଜୟପୁରର ଚକସୁ ରୋଡରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୬ ଜଣ ପରୀକ୍ଷାର୍ଥୀଙ୍କ ଜୀବନ ଚାଲି ଯାଇଛି ବୋଲି ଆଜି ଖବର ମିଳିଛି। ଟ୍ରକ ସହ ଭ୍ୟାନ ଧକ୍କା ହୋଇ ଏହି ଭୟଙ୍କର ସଡକ ଦୁର୍ଘଟଣା ଘଟିଛି।
ପୁଲିସ ସୂଚନା ଅନୁଯାୟୀ, ଉକ୍ତ ଭ୍ୟାନରେ ମୋଟ ୧୧ ଜଣ ଜଣ ଯାତ୍ରୀ ଥିଲେ। ସମସ୍ତେ ରାଜସ୍ଥାନର ଟିଚର୍ସ ଏଲିଜିବିଲିଟ୍‍ ଟେଷ୍ଟ (ଆରଇଇଟି) ଦେବା ପାଇଁ ବାରାଁରୁ ସିକର ଯାଉଥିବା ସମୟରେ ହଠାତ ଭ୍ୟାନଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଠିଆ ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇ ଭ୍ୟାନର ଅଧିକାଂଶ ଅଂଶ ଟ୍ରକ ମଧ୍ୟକୁ ପଶି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାସହ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି।ତଦନ୍ତ ଜାରି ରହିଛି।

Comments are closed.