ବୋଲେରୋ ଧକ୍କାରେ ୧ ମୃତ, ଜଣେ ଗୁରୁତର

ସୋର: ବାଲେଶ୍ବର ଜିଲା ସୋର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ନାୟକ ବନ୍ଧ ଠାରେ ରବିବାର ଏକ ବୋଲେରୋ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ସୋର ଥାନା ଦାଣ୍ଡହରିପୁର ଗ୍ରାମର ବାୟା ମଳିକ। ବାୟା ସାଇକେଲରେ ଯାଉଥିବା ସମୟରେ ବୋଲେରୋ ତାଙ୍କୁ ପଛରୁ ଧକ୍କା ଦେଇଥିଲା। ସେହିପରି ଗୁରୁତର ହୋଇଥିବା ବ୍ୟକ୍ତି ଜଣକ ବାଇକ୍‌ରେ ଯାଉଥିଲେ ଓ ଏହି ବୋଲେରୋ ତାଙ୍କୁ ମଧ୍ୟ ଧକ୍କା ଦେଇଥିଲା।  ଗୁରୁତର ଭାବେ ଆହତ ହୋଇ ସେ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

 

Comments are closed.