କୁହୁଡି ଯୋଗୁ ଦୁର୍ଘଟଣା ଘଟିଛି, ସ୍ବତନ୍ତ୍ର ଟିମ୍‌ ଦ୍ବାରା ତଦନ୍ତ ହେବ: ମନ୍ତ୍ରୀ

ଭୁବନେଶ୍ଵର/ସୋରଡ଼ା: ଗଞ୍ଜାମ ତପ୍ତପାଣି ଘାଟିର ପାଳୁଖୋଳ ବ୍ରିତ ତଳକୁ ବସ୍‌ ଖସି ୭ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ବସ୍‌ର ବ୍ରେକ୍‌ ଫେଲ ହୋଇଯିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି। ତେବେ କୁହୁଡ଼ି ଯୋଗୁ ଏହି ଦୁର୍ଘଟଣା ଘଟିଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ଦୁର୍ଘଟଣାକୁ ନେଇ ମନ୍ତ୍ରୀ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି, ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗ୍ୟାସ୍‌ କଟରରେ ବସ୍‌କୁ କାଟି ଲୋକଙ୍କୁ ବାହାର କରାଯାଉଛି। ଆହତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଦେବାକୁ ନିର୍ଦେଶ ଦିଆଯାଇଛି। ତପ୍ତପାଣି ଘାଟିକୁ ବ୍ଲାକସ୍ପଟ ଭାବେ ଚିହ୍ନଟ କରାଯାଇଛି। ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ଏହି ଦୁର୍ଘଟଣାର ତଦନ୍ତ କରାଯିବ। ଆରଟିଓ ଏବଂ ଏମଭିଆଇ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଅନ୍ୟପଟେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ମେଡିକାଲରେ ଆହତମାନଙ୍କୁ ଭେଟିବା ସହିତ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଛନ୍ତି।

Comments are closed.