ଅଜଣା ଟ୍ରକ୍‍ ଧକ୍କାରେ ହରିଣ ମୃତ

ଆଠଗଡ: ଆଠଗଡ ବନାଞ୍ଚଳ ଅନ୍ତର୍ଗତ ଆଠଗଡ-ମୁଣ୍ଡଳି ରାସ୍ତାର ବେତଖୋଲି ନିକଟବର୍ତ୍ତି ଅଞ୍ଚଳରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଗୋଟିଏ ହରିଣ ମରିଯାଇଥିବା ଜଣାପଡିଛି। ସୁକାଶନ ସଂରକ୍ଷିତ ଜଙ୍ଗଲରୁ ବାହାରି ଆଠଗଡ ମୁଣ୍ଡଳି ରାସ୍ତା ପାର ହେଉଥିବା ଏକ ଅଣ୍ଡିରା ହରିଣକୁ ଅଜଣା ଗାଡି ଧକ୍କାରେ ମରିଯାଇଥିଲା। ସୂଚନା ପାଇ ବନାଞ୍ଚଳ ଅଧିକାରୀ ଆୟେଶା ଅଖତରୀ ନିଶା ତୁରନ୍ତ ବନପାଳ କୃଷ୍ଣଚନ୍ଦ୍ର ଦେହୁରୀଙ୍କୁ ବନରକ୍ଷୀ ମଧୁସୂଦନ ସାହୁ, ତପନ ବେହେରା ଓ ବଦ୍ରିନାଥ ଦାସ ପ୍ରମୁଖଙ୍କୁ ସହ ଘଟଣାସ୍ଥଳକୁ ପଠାଇ ହରିଣର ମୃତ ଦେହକୁ ଉଦ୍ଧାର କରି ବନଖଣ୍ଡିସ୍ଥିତ ନର୍ସରୀକୁ ଆଣିଥିଲେ। ସେଠାରେ ଆଠଗଡ ପ୍ରାଣୀ ଚିକିତ୍ସକ ହରିଣର ମୃତଦେହକୁ ବ୍ୟବଚ୍ଛେଦ କରିବା ପରେ ସେହି ନର୍ସରୀ ମଧ୍ୟରେ ତାକୁ ପୋତି ଦିଆଯାଇଥିଲା

Comments are closed.