ସିସିଟିଭିରେ କଏଦ ହେଲା ଦୁର୍ଘଟଣାର ଲାଇଭ୍ ଭିଡ଼ିଓ

ନବରଙ୍ଗପୁର : ଏମିତି ବି ଆସେ ମୃତ୍ୟୁ, ଆଖି ପିଛୁଳାକେ ଚାଲିଗଲା ଯୁବକଙ୍କ ଜୀବନ । ଦୁର୍ଘଟଣାର ଲାଇଭ୍ ଭିଜୁଆଲ ସିସି ଟିଭିରେ କଏଦ ହୋଇଛି । କେଉଁଭଳି ଭାବରେ ଏକ ଟ୍ରକ୍ ପେଟ୍ରୋଲ ପମ୍ପ ସାମ୍ନାରେ ଗାଡ଼ିଟିକୁ ଅଟକିଲା, କିଛି ସେକେଣ୍ଡ ପରେ ଆଉଥରେ ଟ୍ରକ୍‌ଟି ଆଗକୁ ବଢୁଛି , ଠିକ୍ ଏହି ସମୟରେ ଗୋଟିଏ ବାଇକ୍ ଦ୍ରୁତ ଗତିରେ ଆସି ଟ୍ରକ୍‌କୁ ପଛପଟୁ ଧକ୍କା ଦେଉଛି । ଏହାପରେ ଦୁର୍ଘଟଣା ଗସ୍ତ ହୋଇ ବାଇକ୍ ଚାଳକ ଏବଂ ତାଙ୍କ ବନ୍ଧୁ ତଳେ ଛିଟିକି ହୋଇ ପଡିଛନ୍ତି । ଏହି ଦୁର୍ଘଟଣାର ଲାଇଭ୍ ଦୃଶ୍ୟ ହେଉଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଜଟାବାଲ ଗ୍ରାମ ନିକଟସ୍ଥ ଏକ ପେଟ୍ରୋଲ ପମ୍ପ ସାମ୍ନାର ।
ଭିଡିଓରେ ଦେଖାଯାଉଛି ଯେ, ଏକ ଚାଉଳ ବୋଝେଇ ଟ୍ରକ୍ କୁ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍ ଧକ୍କା ଦେଇଥିଲା । ଯାହା ଫଳରେ ଘଟଣାସ୍ଥଳରେ ହିଁ ବାଇକ୍ ଆରୋହି ଜଣକ ମୃତ୍ୟୁବରଣ କରିଥିଲେ, ଅନ୍ୟଜଣକୁ ଗୁରୁତର ଅବସ୍ଥାରେ ପାପଡାହାଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ଜଣକ ହେଲେ ପିପଲଗୁଡା ଗ୍ରାମର ସାମ ଭତରା ।
ସୂଚନା ଅନୁଯାୟୀ ପିପଲଗୁଡା ଗ୍ରାମର ଦୁଇ ବନ୍ଧୁ ଜଟାବାଲ ଗ୍ରାମରେ ଏକ ଦଶାହ କାର୍ଯ୍ୟରେ ଯୋଗ ଦେଇ ଘରକୁ ଫେରୁଥିବା ସମୟରେ ପେଟ୍ରୋଲ ପମ୍ପ ସାମ୍ନାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଘଟଣାସ୍ଥଳରେ ହିଁ ବାଇକ୍ ଆରୋହୀ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟଜଣକୁ ଗୁରୁତର ଅବସ୍ଥାରେ ପାପଡାହାଣ୍ଡି ମେଡିକାଲରେ ଅମ୍ବୁଲାନ୍ସ ଯୋଗେ ଭର୍ତ୍ତି କରାଯାଇଥିଲା । ଘଟଣାସ୍ଥଳରେ ଡାବୁଗାଁ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.