ସଡକ ଦୁର୍ଘଟଣାରେ ବାଇକ୍ ଆରୋହୀ ମୃତ 

ରେଙ୍ଗାଲି :  ଶାସନ ଥାନା ଅନ୍ତର୍ଗତ ପ୍ରଧାନପାଲିରୁ ନୁଆଁଖୁରୀଗାଁକୁ ସଂଯୋଗ କରୁଥିବା ରାସ୍ତାର ସିଲିକନ୍ କଳେଜ ବୁଲାଣିରେ ଆଜି ରାତିରେ ରାସ୍ତାକଡରେ ଥିବା ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଜନୈକ ବାଇକ୍ ଆରୋହୀ  ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ପୁଲିସ ସୁତ୍ର ରୁ ପ୍ରକାଶ । ମୃତ ବାଇକ୍ ଆରୋହୀ ଜଣକ ଶାସନ ଥାନା ଅନ୍ତର୍ଗତ ମଣ୍ଡାବେଳ ଗ୍ରାମର ସୌଦାଗର କିସାନ(୨୫) ବୋଲି ଜଣାପଡିଛି । ବେପରୱା ବାଇକ୍ ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।ଖବର ପାଇ ଶାସନ ପୁଳିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରି ପଞ୍ଚନାମା କଲାପରେ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଥିବାର ପ୍ରକାଶ।
Comments
Loading...