ଯଶିପୁର ମୁଖ୍ୟ ବଜାର ଛକରେ ସିରିଜ ଦୁର୍ଘଟଣା, ଅଳ୍ପକେ ବର୍ତିଲେ ଲୋକ

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା ଯଶିପୁର ମୁଖ୍ୟ ବଜାର ଛକ ନିକଟରେ ଏକ ସିରିଜ୍ ଦୁର୍ଘଟଣା ଘଟିଛି । ଏକ ୧୨  ଚକିଆ ଟ୍ରକକୁ  ଟ୍ରଲର ଧକ୍କା ହେବା ସହ ଅନ୍ୟ ୪ଟି ଯାତ୍ରାବାହୀ ଅଟୋକୁ ଧକ୍କା ଦେବା ଫଳରେ ସଡ଼କ ଦୁର୍ଘଟଣା ଘଟିଛି। ତେବେ ସୌଭାଗ୍ୟ ବଶତଃ  ଅନେକ ଲୋକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଶନିବାର ଅପରାହ୍ନରେ ଏକ ୧୨ ଚକିଆ ଟ୍ରକ ରାଇରଙ୍ଗପୁର ପଟୁ ବାରିପଦା ଆଡକୁ ଯାଉଥିବା ବେଳେ ପ୍ରଥମେ ଏକ ଟ୍ରଲରକୁ ଧକ୍କା ଦେଇଥିଲା। ପରେ ନିକଟରେ ଅଟୋ ଷ୍ଟାଣ୍ଡରେ ଠିଆ ହୋଇଥିବା ୪ଟି ଅଟୋକୁ ମଧ୍ୟ ଧକ୍କା ଦେଇଥିଲା। ଯାହା ଫଳରେ ଅଟୋ ୪ଟି ଚୁରମାର ହୋଇ ଯାଇଛି । ତେବେ ସେହି ସ୍ଥାନରେ କିଛି ଲୋକ ଥିଲେ ମଧ୍ୟ ସୌଭାଗ୍ୟ ବଶତଃ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

Comments are closed.