ନବ ବର୍ଷରେ ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କଲେ ରକ୍ଷକ 

କଣ୍ଟାବାଞ୍ଜି : ନବ ବର୍ଷକୁ ସ୍ୱ।ଗତ କରିବାରେ ଜନସାଧାରଣ ମସଗୁଲ ଥିବାବେଳେ ତୁରେକେଲାଠାରେ ଏକ ସଡକ ଦୁର୍ଘଟଣା ଘଟିଯାଇଛି। ତୁରେକେଲା ଶେଷ ମୁଣ୍ଡରେ ଥିବା ତାରିଣୀ ମନ୍ଦିର ମୋଡରେ ଦୁଇଟି ମୋଟରସାଇକଲ ମୁହାଁମୁହିଁ ହେବା ଫଳରେ ତିନିଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି। ଜୁନିୟର ରେଡକ୍ରସ ପରାମର୍ଶଦାତା ତଥା ରକ୍ଷକ ବିରଞ୍ଚି ନାରାୟଣ ଦାଶ ଘଟଣା ସ୍ଥଳରେ ପହଞ୍ଚି ୧୦୮ଆମ୍ବୁଲାନ୍ସ ଯୋଗେ ତୁରେକେଲା ଡାକ୍ତରଖାନାକୁ ନେଇ ପ୍ରାଥମିକ ଚିକିତ୍ସା କରେଇଥିଲେ। ବଡଡକଲା ଗ୍ରାମର ମୁରଲୀ ପରାଭୁଏ ଓ ମକରଧ୍ୱଜ ପୁଟେଲଙ୍କ ବାଇକ ରାଉତମୁଣ୍ଡାର ଶକ୍ତି ଭୋଇଙ୍କ ବାଇକ ଦୁଇଟି ଧକ୍କା ହେବା ଫଳରେ ଉଭୟଙ୍କ ଶରୀରରେ ଆଘାତ ଲାଗିଛି । ଡାକ୍ତର ସ୍ୱ।ଗତ ଖମାରି, ଡାକ୍ତର ଉମାଶଙ୍କର ସାହୁ ଆହତଙ୍କୁ ଚିକିତ୍ସା କରିବା ପରେ ବଲାଙ୍ଗୀର ଡାକ୍ତରଖାନାକୁ ଅଧିକ ଚିକିତ୍ସା ପାଇଁ ପଠାଇବାର ବ୍ୟବସ୍ଥା କରିଥିଲେ। ଏହି ଦୁର୍ଘଟଣା ସ୍ଥଳରେ ପୁଲିସ ଏଏସଆଇ ପ୍ରଭାତ କୁମାର ସାହୁ, ବିକ୍ରମ ଚନ୍ଦ୍ର ପ୍ରଧାନ, ଶିକ୍ଷକ ବିବେକାନନ୍ଦ ରାଏ, ସୋନୁ ନାୟକ ଉପସ୍ଥିତ ରହି ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କରିଥିଲେ। ପ୍ରକାଶ ଥାଉକି ତୁରେକେଲାର ତାରିଣୀ ମନ୍ଦିର ମୋଡ, ମହାବିଦ୍ୟାଳୟ ମୋଡ ଓ ଲାଠୋରରାସ୍ତା ମୋଡପାଖରେ ସଦାସର୍ବଦା ଦୁର୍ଘଟଣା ଘଟୁଛି। ତେଣୁ ପ୍ରଶାସନ ପକ୍ଷରୁ ଉକ୍ତ ଯାଗାରେ ସ୍ପିଡ ବ୍ରେକର ଦେବା ପାଇଁ ଜନସାଧାରଣରେ ଦାବି ହେଉଛି।

Comments are closed.