କଲଭର୍ଟରେ ପିଟି ହୋଇ କାର ଦୁର୍ଘଟଣାଗ୍ରସ୍ତ, ୨ ଆହାତ

ଜି.ଉଦୟଗିରି: ଜି.ଉଦୟଗିରି ବ୍ଳକ ଅନ୍ତର୍ଗତ କଳିଙ୍ଗା ସ୍ଥିତ ପୂର୍ତ୍ତ ବିଭାଗ ବଙ୍ଗଳା ନିକଟରେ ଥିବା କଲଭର୍ଟ ସହ ଗତକାଲି ବିଳମ୍ବିତ ରାତିରେ ଏକ କାର ଧକ୍କା ହେବା ଫଳରେ କାରରେ ଥିବା ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି।

ବିବରଣୀରୁ ପ୍ରକାଶ ଯେ, ସଞ୍ଜୟ କୁମାର ମହାନ୍ତି ନିଜ ମାରୁତି ସୂଜୁକୀ ଡିଜାୟର କାର ନଂ ଓଡି- ୧୨ ଇ ୬୦୬୦ ନେଇ ଜି.ଉଦୟଗିରି ସ୍ଥିତ ଘରକୁ ଫେରୁଥିବା ବେଳେ କୁହୁଡି ସହ ଝିପ୍ ଝିପ୍ ବର୍ଷା ଯୋଗୁଁ ଭାରସାମ୍ୟ ହରାଇ କଳିଙ୍ଗା ପୂର୍ତ୍ତ ବିଭାଗ ବଙ୍ଗଳା ନିକଟରେ ଥିବା କଲଭର୍ଟ ସହ ଧକ୍କା ହୋଇଥିଲା। ଫଳରେ ସଞ୍ଜୟଙ୍କ ସହ କାରରେ ଥିବା ଗଣେଶ ପତି ମଧ୍ୟ ଆହାତ ହୋଇଥିଲେ। ଜି.ଉଦୟଗିରି ଅଗ୍ନିଶମ ବିଭାଗ ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିଲେ। ସେଠାରେ ଉଭୟଙ୍କ ପ୍ରାଥମିକ ଚିକିତ୍ସା ପରେ ସଞ୍ଜୟଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଗଣେଶକୁ ଜଣକୁ ଘରକୁ ପଠାଇ ଦିଆଯାଇଥିବା ଜଣାପଡିଛି।

Comments are closed.