ଦୁର୍ଘଟଣାରେ ଯୁବକ ମୃତ

ଗୋଊ: ଜଗନ୍ନାଥପୁର ଠାରୁ ଗିରିସୋଲା ଛକ ପର୍ଯ୍ୟନ୍ତ ଯାଇଥିବା ୧୬ନମ୍ବର ଜାତୀୟ ରାଜପଥ ଡେଥ ଜୋନ ପାଲଟିଛି । ଜଣେ ଯୁବକଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଜଣାପଡିଛି। ଗୋଳନ୍ଥରା ଥାନା ଅନ୍ତର୍ଗତ କନିସି ଜାତୀୟ ରାଜପଥରେ ଜନୈକ ଟ୍ରକ ଚାଳକ ରାସ୍ତା ପାର ହେଉଥିବା ବେଳେ ଗୁରୁବାର ମଧ୍ୟରାତ୍ରରେ ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛିl ମୃତ ଚାଳକ ଜଣକ ହେଲେ ଆସିକା ଥାନା ଅନ୍ତର୍ଗତ ବାବନପୁର ଗ୍ରାମର ଅଭିରାମ ନାୟକ (୨୭)l ସୂଚନା ଅନୁସାରେ ବାବନପୁର ଗ୍ରାମର ଅଭିରାମ ଟ୍ରକ ଚାଳକ ହୋଇଥିବା ବେଳେ ଗୁରୁବାର ଟ୍ରକ(ଓଡି ୦୨ ଏଭି ୮୨୦୩)ରେ ଚାଉଳ ଭର୍ତ୍ତି କରି ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ଢ଼ାବା ନିକଟରେ ବିଶ୍ରାମ ନେଉଥିଲେl କୌଣସି କାମ ନେଇ ମଧ୍ୟରାତ୍ରରେ ମୋହନ ରାସ୍ତା ପାର ହେଉଥିବା ବେଳେ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲାl ଘଟଣାସ୍ଥଳରେ ହିଁ ମୋହନଙ୍କ ମୃତ୍ୟୁ ଘଟିଥିଲାl ଖବର ପାଇ ସକାଳେ ଗୋଳନ୍ଥରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଥିଲାଲ

ଏହା ସହ ମୃତ ଅଭିରାମଙ୍କ ବାପାବାପା ମୋହନ ନାୟକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଥାନାରେ ୧୯୪/୨୧ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ମଧ୍ୟାହ୍ନରେ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ପୁଲିସି କହିଛିl

Comments are closed.