ଟ୍ରାକ୍ଟର ଓଲଟି ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ପଞ୍ଚାୟତରୁ ଚାଉଳ ନେଇ ଫେରୁଥିଲେ

ପାଟଣା : ପାଟଣା-ଡୁମୁରିଆ ରାସ୍ତାର ବଡ଼ ନୂଆଗାଁ ନିକଟରେ ଆଜି ଅପରାହ୍ନ ୩ଟା ୪୦ ମିନିଟ ସମୟରେ ଏକ ଟ୍ରାକ୍ଟର ଓଲଟି ପଡିବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।

ଡୁମୁରିଆ ପଞ୍ଚାୟତରେ ଆଜି ବିପିଏଲ୍ ପରିବାରଙ୍କୁ ତିନି ମାସର ଚାଉଳ ଦିଆଯାଉଥିବା ବେଳେ କୋଠାଘର ଗ୍ରାମର ୮ ରୁ ୧୦ ଆଦିବାସୀ ପରିବାର ରମେଶ ଚନ୍ଦ୍ର ମହାନ୍ତଙ୍କ ଟ୍ରାକ୍ଟର ଭଡାରେ ନେଇ ପଞ୍ଚାୟତକୁ ଚାଉଳ ଆଣିବାକୁ ଯାଇଥିଲେ। ଚାଉଳ ନେଇ ଟ୍ରାକ୍ଟରରେ ସେମାନେ ଗ୍ରାମକୁ ଫେରୁଥିବା ବେଳେ ଡୁମୁରିଆ-ମଙ୍ଗଳପୁର ରାସ୍ତାର ବଡ଼ ନୂଆଗାଁ ନିକଟରେ ହଠାତ ଟ୍ରାକ୍ଟରଟି ଓଲଟି ପଡିବାରୁ ଡାଲାରେ ବସିଥିବା କୋଠାଘର ଗ୍ରାମର ସିଂଘୁ ମାଝୀ (୫୮)ଙ୍କର ଡଲାରେ ମୁଣ୍ତ ପିଟି ହୋଇ ରାସ୍ତାରେ ପଡିଯିବାରୁ ଘଟଣାସ୍ଥଳରେ ତାଙ୍କର ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପତ୍ନୀ ହାରା ମାଝୀ (୫୪)ଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସ୍ଥାନୀୟ ଲୋକେ ତାଙ୍କୁ ଡାକ୍ତରଖାନା ପଠାଇଛନ୍ତି। ଖବର ପାଇ ଘଟଗାଁ ଆରକ୍ଷୀ ଦୁର୍ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପାଟଣା ପଠାଇଛନ୍ତି।

Comments are closed.