ଟ୍ରକ ଧକ୍କାରେ ପାୱାରଟିଲର ୨ଖଣ୍ଡ, ଯୁବକ ଗୁରୁତର

ଦେବଗଡ: କୁରଡ ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଆଜି ସଂଧ୍ୟାରେ ଏକ ମାଲ ବୋଝେଇ ଟ୍ରକ ଧକ୍କାରେ ଏକ ପାୱାରଟିଲର ୨ଗଡ ହୋଇଯିବା ସହ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସ୍ଥାନୀୟ ଲୋକଙ୍କ ଦ୍ୱାରା ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଦବଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସଂଧ୍ୟା ପ୍ରାୟ ୭ଟା ସମୟରେ ଜଣେ ଅଜଣା ଯୁବକ ଏକ ପାୱାରଟିଲର ଚଳାଇ ଦେବଗଡ ପଟୁ ୪୯ ନମ୍ବର ଜାତୀୟ ରାଜପଥ ଦେଂଇ ତିଲେଇବଣି ଆଡକୁ ଭୂଲ ରାସ୍ତା(ଡାହାଣ କଡ ଦେଇ) ଯାଉଥିବା ବେଳେ ସମ୍ମୂଖ ପଟୁ ଆସୁଥିବା ଏକ ମାଲ ବୋଝେଇ ଟ୍ରକ (ନଂ-ଓଆର-୯ଏନ୍-୯୭୫୧)ତାଙ୍କୁ ସାମ୍ନାପଟୁ ଧକ୍କା ଦେଇଥିଲା। ଫଳରେ ପାୱାରଟିଲରଟି ଦୁଇଖଣ୍ଡ ହୋଇପଡିବାସହ ଯୁବକ ଜଣକ ଗୁରୁତର ଆହତ ହୋଇଥିଲେ ଓ ଟ୍ରକ ଚାଳକ ଅଳ୍ପ ଦୂରରେ ଟ୍ରକଟିକୁ ଛାଡିଦେଇ ଫେରାର ହୋଇଯାଇଥିଲା। ସ୍ଥାନୀୟ ଲୋକେ ଗୁରୁତର ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରିଥିବା ଜଣାପଡିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଆହତ ଯୁବକଙ୍କର ପରିଚୟ ମିଳିପାରିନାହିଁ।

Comments are closed.