ପୋଲ ତଳକୁ ସ୍କୁଟି ଖସି ଦୁଇ ଗୁରୁତର

ପାଟଣା : ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଢେଙ୍କିକୋଟ-ବାରାହଟିପୁରା ରାସ୍ତାର ନୁସୁରିପଶି ନିକଟରେ ପୋଲ ତଳକୁ ଏକ ସ୍କୁଟି ଖସି ପଡ଼ିବାରୁ ଦୁଇ ଜଣ ଗୁରୁତର ହୋଇଛନ୍ତି । ପଇଦାପାଟଣା ପଞ୍ଚାୟତ ଝାଟିଆଳି ଗ୍ରାମର ଜଣେ ଯୁବକ ଓ ଜଣେ ଯୁବତୀ ସ୍କୁଟି ଯୋଗେ ବାରାହଟିପୁରା ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଘଟଗାଁ ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ଯୁବକଜଣଙ୍କ ଝାଟିଆଳି ଗ୍ରାମର ପ୍ରମୋଦ ମହାନ୍ତଙ୍କ ପୁଅ ଦିଗରାଜ ମହାନ୍ତ(୧୮) ହୋଇଥିବା ବେଳେ ଯୁବତୀ ଜଣଙ୍କ ତାଙ୍କ ସମ୍ପର୍କୀୟ ଓ କବିତ୍ରା ଗ୍ରାମର ବୋଲି ଜଣାପଡ଼ିଛି ।

Comments are closed.