ସଡକ ଦୁର୍ଘଟଣାରେ ଯୁବକ ଗୁରୁତର

ତେଲକୋଇ: ତେଲକୋଇ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମ ଛକଠାରେ ସଡକ ଦୁର୍ଘଟଣା ଘଟି ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ଦୋବଲାପାଳ ପଞ୍ଚାୟତ ଅନ୍ତର୍ଗତ ବାଂଶପାଳ ଗ୍ରାମର ସୌଭାଗ୍ୟ ପାତ୍ର(୧୯) ବୋଲି ଜଣାପଡିଛି।

ଘଟଣା ଅନୁଯାୟୀ, ସୌଭାଗ୍ୟ ଜଗମୋହନପୁର ଆଡୁ ମୋଟରସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ଛାମୁଣ୍ଡା ଛକଠାରେ ଏକ ସାଇକେଲ ସହ ଧକ୍କା ହେବାରୁ ଭାରସାମ୍ୟ ହରାଇ ପଡିଯାଇ ମୁଣ୍ଡରେ ଆଘାତ ଲାଗିବାରୁ ଗୁରୁତର ହୋଇଛନ୍ତି। ତାଙ୍କୁ ୧୦୮ ରୋଗୀଯାନ ଯୋଗେ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Comments are closed.