ପିକ୍ଅପ୍ ଭେନ ଓଲଟି ଚାଳକ ମୃତ

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ରେଙ୍ଗାଲି କ୍ୟାମ୍ପ ଏଚ୍‌ପି ପେଟ୍ରୋଲ ପମ୍ପ ଆଗରେ ଜାତୀୟ ରାଜପଥରେ ବିଳମ୍ବିତ ରାତିରେ ଯାଉଥିବା ଏକ ପିକ ଅପ୍ ଭେନ୍ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ଚାଳକର ମୃତ୍ୟୁ ଘଟିଥିଲା। ଏହି ଖବର ପାଇ ଅତାବିରା ପୁଲିସ ପହଞ୍ଚି ତଦନ୍ତ କରିବାରୁ ଚାଳକ ଜଣକ ବରଗଡ଼ ଖଜୁର ଟିକ୍ରା ର ନରେଶ ଦେହେରି (୩୦)ବୋଲି ଜଣାପଡିଥିଲା। ତେଣୁ ଅତାବିରା ପୁଲିସ  ଶବ ବ୍ୟବଚ୍ଛେଦ ପାଇଁ ବରଗଡ ଡାକ୍ତରଖାନାକୁ ପଠେଇଥିଲା । ଏ ଘଟଣାକୁ ନେଇ ଅତାବିରା ଥାନାରେ କେଶ୍ ନମ୍ୱର୍୬୮ରେ ଏକ  ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାପଡିଛି।

Comments are closed.