ରାସ୍ତା ଦେବାକୁ ଯାଇ ପାହାଡରେ ପିଟି ହେଲା ବସ୍ : ଅଳ୍ପକେ ବର୍ତ୍ତିଲେ ୪୦ରୁ ଅଧିକ

ତେଲକୋଇ : କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଜୁଆଙ୍ଗ ସାହି ନିକଟରେ ଆଜି ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ ଏହି ବସଟି ଝାରସଗୁଡାରୁ ତେଲକୋଇ ଦେଇ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ଘାଟି ରାସ୍ତାରେ ଅନ୍ୟ ଏକ ଗାଡିକୁ ରାସ୍ତା ଦେବାକୁ ଯାଇ ରାସ୍ତା କଡ ପାହାଡରେ ପିଟି ହୋଇଥିଲା। ବସରେ ବସିଥିବା ୪୦ ଜଣ ଯାତ୍ରୀ ଏବଂ ବସ୍ କର୍ମଚାରୀ ସୁରକ୍ଷିତ ରହିଥିବା ଜଣାପଡିଛି। ସୂଚନା ପାଇ କାଞ୍ଜିପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ଅନ୍ୟ ଗାଡି ଯୋଗେ ଗନ୍ତବ୍ୟସ୍ଥଳୀକୁ ପଠାଇବା ବ୍ୟବସ୍ଥା କରିଛନ୍ତି।