ବାଇକ୍ ଦୁର୍ଘଟଣାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ

ପାଟଣା : ପାଟଣା-ଢେଙ୍କିକୋଟ ୨୨୦ ନମ୍ୱର ଜାତୀୟ ରାଜପଥ ଅନ୍ତର୍ଗତ ମୁଦ୍ରାବେଡା ନିକଟରେ ମଙ୍ଗଳବାର ରାତିରେ ଗୋଟିଏ ବାଇକ୍ ଜଣ ସାଇକେଲ ଆରୋହୀଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ସାଇକେଲ ଆରୋହୀଙ୍କର ମୃତ୍ୟୁ ଘଟିବା ସହ ବାଇକ୍ ଚାଳକ ମଧ୍ୟ ଗୁରୁତର ହୋଇଛନ୍ତି। ମୃତକ ଜଣକ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ମହୁଲଗାଡ଼ିଆ ଗ୍ରାମର ହରିହର ନାଏକ(୪୬) ବୋଲି ଜଣାପଡିଛି। ଭୋଳବେଡ଼ାରୁ ହାଟ ସାରି ସେ ସାଇକେଲ ଯୋଗେ ଢେଙ୍କିକୋଟ ଫେରୁଥିବା ସମୟରେ ମୁଦ୍ରାବେଡ଼ା ନିକଟରେ ରାସ୍ତା କଡ଼ରେ ସାଇକେଲ ରଖି ପରିସ୍ରା କରୁଥିବା ସମୟରେ ତାଙ୍କୁ ଏକ ବାଇକ୍ ଧକ୍କା ଦେଇଥିଲା। ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡ଼ା ଆଜି ପାଟଣାରେ ମୃତକଙ୍କର ଶବ ବ୍ୟବଚ୍ଛେଦ କରାଇଛନ୍ତି । ଦୁର୍ଘଟଣା ଘଟାଇଥିବା ବାଇକ୍ ଓ ଦୁର୍ଘଟଣାଗ୍ରସ୍ତ ସାଇକେଲକୁ ପୋଲିସ ଜବତ କରିଛି। ବାଇକ୍ ଚାଳକଜଣକ ଠାକୁରମୁଣ୍ଡା ଥାନା ଭୀମକୁଣ୍ଡ ଅଞ୍ଚଳର ବୋଲି ଜଣାପଡିଛି।

Comments are closed.