ପୃଥକ୍ ପୃଥକ୍ ବାଇକ୍ ଦୁର୍ଘଟଣା; ୨ ଗୁରୁତର

ପାଟଣା : ପାଟଣା ବ୍ଲକ ଅଞ୍ଚଳରେ ପୃଥକ୍ ପୃଥକ୍ ଦୁଇଟି ବାଇକ୍ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ପ୍ରଥମ ଘଟଣା କ୍ରମରେ ଆଜି ପୂର୍ବାହ୍ନରେ ତୁରୁମୁଙ୍ଗାରୁ ଦୁଇଟି ବାଇକ୍ କେନ୍ଦୁଝର ଅଭିମୁଖେ ଯାଉଥିବା ବେଳେ ହାତୀବାରି ଛକ ନିକଟରେ ଆଗରେ ଯାଉଥିବା ବାଇକଟି ହଠାତ୍ ଡାହାଣକୁ କାଟି ଦେବାରୁ ପଛ ବାଇକଟି ଆଗ ବାଇକରେ ଧକ୍କା ଖାଇବା ସହ ଏହାର ଚାଳକ ଗୁରୁତର ହୋଇଛନ୍ତି । ଗୁରୁତର ଜଣଙ୍କ ବରଗଡ଼ ଜିଲ୍ଲା କୁମ୍ଭାରି ଗ୍ରାମର ସତ୍ୟ ଚରଣ ପଣ୍ଡା (୩୭) ବୋଲି ଜଣାପଡିଛି । ଆମ୍ବୁଲାନ୍ସ ଯୋଗେ ତାଙ୍କୁ କେନ୍ଦୁଝର ଡାକ୍ତରଖାନାକୁ ପଠାଯାଇଛି ।

ଅନ୍ୟ ଏକ ଘଟଣା କ୍ରମରେ ଆଜି ସନ୍ଧ୍ୟାରେ କେନ୍ଦେଇପଶି-ଶରଧାପୁର ରାସ୍ତା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ହେବା ଫଳରେ ଜଣେ ବାଇକ୍ ଚାଳକ ଗୁରୁତର ହୋଇଛନ୍ତି । ଗୁରୁତର ଜଣଙ୍କ ଟାଙ୍ଗରପଡା ଗ୍ରାମର ସୁଶାନ୍ତ ସାହୁ ବୋଲି ଜଣାପଡିଛି । ତାଙ୍କ ଗୋଡ଼ ଭାଙ୍ଗିଥିବା ବେଳେ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କେନ୍ଦୁଝର ମେଡିକାଲକୁ ପଠାଯାଇଛି ।

Comments are closed.