ବାଇକ ର୍ଦୁଘଟଣା, ଜଣେ ମୃତ

ଆଗଲପୁର : ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୁଜା ନିକଟସ୍ଥ ପିପିଲିପାଲି ଛକ ନିକଟରେ ବାଇକ ର୍ଦୁଘଟଣାରେ ଗୌର ଅମରି (୫୦)ଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ହୋଇଛି। ଗାଇସିଲାଟ ବ୍ଲକ ଅଧିନସ୍ଥ ଜଡାମୁଣ୍ଡା ଗ୍ରାମରୁ କେନଟିକ୍ରା ଗ୍ରାମକୁ ଘର ଦେଖା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଗୌର ଅମରି ଓ ଛବିଲ ଅମରି ଯାଇଥିଲେ। କେନଟିକ୍ରାରେ ଘରଦେଖା କାର୍ଯ୍ୟକ୍ରମ ସାରି ରାତି ୧୦ଟା ସମୟରେ ଫେରୁଥିଲେ। ସେମାନେ ଭରସୁଜା ଠାରୁ ଗାଇସିଲାଟକୁ ଯିବା ବଦଳରେ ଲୋଇସିଂହା ରାସ୍ତା ପଟକୁ ଯାଇଥିଲେ। ଭରସୁଜା ଉତ୍ତାଳି ନାଳ ଅତିକ୍ରମ କଲା ପରେ ପିପିଲିପାଲ ଛକ ନିକଟରେ ବୁଲାଣି ସ୍ଥାନରେ ଚାଳକ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ। ପିପିଲିପାଲି ଓ କେନ୍ଦୁମୁଣ୍ଡି ଗ୍ରାମର ଲୋକ ଦେଖି ଆଗଲପୁର ପୁଲିସକୁ ଖବର ଦେଇଥିଲେ। ଘଟଣା ପ୍ରଚାର ହେବା ପରେ ଗୌରଙ୍କର ପରିବାର ଲୋକ ଘଟଣାସ୍ଥଳକୁ ଆସିଥିଲେ। ପ୍ରଥମେ ଗୁରୁତର ଥିବା ଛବିଳ ଅମରିକୁ ଅମ୍ବୁଲାନ୍ସରେ ର୍ବୁଲାକୁ ପଠାଇଥିଲେ। ମୃତ ଗୌର ଅମରିକୁ ବ୍ୟବଚ୍ଛେଦ ପାଇଁ ବଲାଙ୍ଗିର ଭିମଭୋଇ ମେଡିକାଲ କଲେଜକୁ ପଠାଇଥିବା ଆଗଲପୁର ଫାଣ୍ଡି ଅଧିକାରୀ ଦେର୍ବାଚନ ମିର୍ଦ୍ଧା ସୂଚନା ଦେଇଛନ୍ତି।

Comments are closed.