ଅଜଣା ଗାଡ଼ି ଧକ୍କାରେ ମା ଓ ଛୁଆ ଭାଲୁ ମୃତ

ରେଢ଼ାଖୋଲ : ରେଢ଼ାଖୋଲ ବନଖଣ୍ଡ ଚାରମାଳ ରେଂଜ ଅନ୍ତର୍ଗତ ପୋଡାବଲଣ୍ଡା-ବଡ଼ମାଳ ରାସ୍ତାର ସୁରୁବାଲି ପୋଲଠାରୁ ମାତ୍ର ଅଳ୍ପଦୂରରେ ଅଜଣା ଗାଡ଼ି ଧକ୍କାରେ ମା ଓ ଛୁଆ ଭାଲୁର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ମତେ ଚାରମାଳ ରେଂଜ ଏରୁଣ୍ଡିବାହାଳ ଖସଡ଼ା ଜଙ୍ଗଲରୁ ଏକ ମାଈ ଭାଲୁ ଓ ଛୁଆ ଭାଲୁ ଗୁରୁବାର ରାତ୍ରିରେ ରାସ୍ତା ଅତିକ୍ରମ କରୁଥିବା ବେଳେ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଫଳରେ ଦୁର୍ଘଟଣାସ୍ଥଳରେ ଉଭୟେ ମା’ ଓ ଛୁଆ ଭାଲୁର ମୃତ୍ୟୁ ହୋଇଯାଇଥିଲା। ଶୁକ୍ରବାର ସକାଳୁ ଏହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଦେଖି ବନବିଭାଗକୁ ସୂଚନା ଦେଇଥିଲେ। ଖବର ପାଇ ଚାରମାଳ ରେଂଜ ଅଧିକାରୀ ଦର୍ଶନୀଆ ଭୋଇ ବନ କର୍ମଚାରୀ ସହିତ ଘଟଣାସ୍ଥଳରେ ପହଞ୍ଚି ଉଭୟ ମା ଓ ଛୁଆ ଭାଲୁର ଶବ ଉଦ୍ଧାର କରିଥିଲେ। ପ୍ରାଣୀଧନ ଚିକିତ୍ସକ ଡା. ପ୍ରଦୀପ ସାହୁଙ୍କ ଦ୍ୱାରା ବ୍ୟବଚ୍ଛେଦ କରି ଚାରମାଳ ବନବିଭାଗ ଉଦ୍ୟାନରେ ପୋତି ଦିଆଯାଇଥିବା ନେଇ ବନବିଭାଗ ସୂଚନା ଦେଇଛି। ତେବେ ମାଈ ଭାଲୁର ଆନୁମାନିକ ବୟସ ୨୫ ହୋଇଥିବା ବେଳେ ଛୁଆ ଭାଲୁର ବୟସ ପ୍ରାୟ ୫ ବର୍ଷ ହୋଇଥିବ ବୋଲି ବନବିଭାଗ ସୂତ୍ରରୁ ପ୍ରକାଶ।

Comments are closed.