୨ ବାଇକ ମୁହାଁମୁହିଁ ଧକ୍କା, ୨ଗୁରୁତର

କଣ୍ଟାବାଞ୍ଜି: ଜୁରାବନ୍ଧ ଫୁଟବଲ ପଡିଆ ନିକଟରେ ଆଜି ସଂଧ୍ୟାରେ ଅନ୍ଧାରରେ ୨ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣ ଗୁରୁତର ହୋଇଛନ୍ତି। ଜଣକର ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ବେଳେ ତାଙ୍କୁ ବଲାଙ୍ଗୀର ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତର କରାଯାଇଛି।  ଅନ୍ୟଜଣଙ୍କର କଣ୍ଟାବାଞ୍ଜି ଡାକ୍ତରଖାନାରେ ଚିକିତ୍ସା ଚାଲିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଜାମ୍‍ ପଡା ଛତ୍ରରଙ୍ଗ ଗ୍ରାମର ଖଗେଶ୍ୱର ଶବର(୩୬) ନିଜ ଘରୁ ସଂଧ୍ୟା ପ୍ରାୟ ୬.୩୦ରେ ଜୁରାବନ୍ଧ ଗ୍ରାମକୁ ଆସୁଥିବା ବେଳେ ବିପରୀତ ଦିଗରୁ ଡୁଆଝର ଗ୍ରାମର ଦେବାନନ୍ଦ ହଂସ(୨୪) ଯାଉଥିବା ବେଳେ ଉଭୟଙ୍କ ମଧ୍ୟରେ ସାମ୍ନାସାମ୍ନି ଧକ୍କା ହୋଇଥିଲା। ଫଳରେ ଉଭୟ ଗୁରୁତର ଅବସ୍ଥାରେ ତଳେ ପଡିଯାଇଥିବା ପ୍ରତ୍ୟକ୍ଷଦର୍ଶିଙ୍କ ସୂତ୍ରରୁ ପ୍ରକାଶ। ନିକଟରେ ଗାଁ ଲୋକେ ଆସୁଥିବା ବେଳେ ଏହି ଘଟଣା ଦେଖି ୧୦୮ ଆମ୍ବୁଲାନ୍ସକୁ ଖବର ଦେବାପରେ ପୃଥକ ଭାବରେ ଦୁଇଟି ଆମ୍ବଲାନ୍ସରେ ଘଂଟାଏ ଅନ୍ତରେ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣା ଯାଇଥିଲା। ଖଗେଶ୍ୱରେଙ୍କୁ ପ୍ରଥମେ ଆମ୍ବୁଲାନ୍ସରେ ଅଣାଯାଇଥିବା ବେଳେ ତାର ମୁହଁ ଚିରି ହୋଇ ଦାନ୍ତ ପଦାକୁ ବାହାରିଯାଇଥିବା ଫଳରେ ଘଟଣାସ୍ଥଳରେ ପ୍ରବଳ ରକ୍ତସ୍ରାବ ହୋଇ ଯୁଡୁବୁଡୁ ଅବସ୍ଥାରେ କଣ୍ଟାବାଞ୍ଜି ଡାକ୍ତରଖାନା ଅଣାଯିବାପରେ କାର୍ଯ୍ୟରତ ଡାକ୍ତର ସୁଜିତ କୁମାର ପାତ୍ର ଅବସ୍ଥା ସଂକଟାପନ୍ନ ଥିବାରୁ ବଲାଙ୍ଗୀର ପଠାଇ ଦେଇଥିଲେ। ୧ ଘଣ୍ଟାପରେ ଦେବାନନ୍ଦ ହଂସଙ୍କୁ କଂଟାବାଞ୍ଜି ଅଣାଯାଇ ତାଙ୍କ ମୁହଁରେ ଗୁରୁତର ଆଘାତ ଥିବାରୁ ଓଟିରେ ପ୍ରାଥମିକ ଚିକିତ୍ସା ଚାଲିଛି।

Comments are closed.