ଅଜଣା ଗାଡି ଧକ୍କାରେ ଜଣେ ଗୁରୁତର

ନବରଙ୍ଗପୁର/ପାପଡାହାଣ୍ଡି: ପାପଡାହାଣ୍ଡି ତୁରୀନଦୀ ବ୍ରିଜ ନିକଟରେ ଆଜି ଏକ ଅଜଣା ଗାଡି ଧକ୍କାରେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ସେ ପାପଡାହାଣ୍ଡି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି।

ସୂଚନା ମୁତାବକ, ଡାବୁଗାଁ ଗ୍ରାମର ଟଙ୍କ ଗୌଡ଼ (୪୯) ଆଜି ପାପଡାହାଣ୍ଡି ବ୍ଲକ ଘାଟଗୁଡ଼ା ପଂଚାୟତର ପକ୍ଷତ୍ରଗୁଡା ଗ୍ରାମ ତାଙ୍କ ସମ୍ପର୍କୀୟ ଘରକୁ ଯାଇ ନିଜ ଗ୍ରାମକୁ ଫେରିବା ପାଇଁ ପାପଡାହାଣ୍ଡି ବସଷ୍ଟାଣ୍ଡକୁ ଚାଲିଚାଲି ଯାଉଥିଲେ। ଏହି ସମୟରେ ଏକ ଅଜଣା ଗାଡି ଧକ୍କା ଦେଇ ଚାଲିଯାଇଥିଲା। ଟଙ୍କ ଗୁରୁତର ଆହତ ହୋଇ ଘଟଣା ସ୍ଥଳରେ ପଡି ଛଟପଟ ହେଉଥିବା ସ୍ଥାନୀୟ ଲୋକ ଦେଖିବା ପରେ ଏକ ଅଟୋ ଯୋଗେ ପାପଡାହାଣ୍ଡି ଡାକ୍ତରଖାନାକୁ ନେଇଥିଲେ। ବର୍ତମାନ ତାର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି।

Comments are closed.