ଓଲଟିଲା ଧାନ ବସ୍ତା ବୋଝେଇ ଟ୍ରକ୍

ରେଙ୍ଗାଲି : ଆଜି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଜୁନାଡିହି-ସଇଡା ରାସ୍ତାର ଲଇଡା ନିକଟ କାଜୁବଗିଚା ପାଖରେ ଏକ ଧାନ ବୋଝେଇ ଟ୍ରକ୍ ଓଲଟି ପଡିଛି। ଟ୍ରକ୍ ଚାଳକ ଘଟଣାସ୍ଥଳରୁ ଫେରାର୍ ହୋଇ ଯାଇଛି। ଲଇଡା ଫାଣ୍ଡି ଅଧିକାରୀ ରବିନ୍ଦ୍ର ପ୍ରଧାନ ଘଟଣା ସ୍ଥଳକୁ ପହଞ୍ଚି ତନାଘନା ଜାରି ରଖିଛନ୍ତି।