ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ, ୩ ଗୁରୁତର

ପାଟଣା: ଢେଙ୍କିକୋଟ ନିକଟସ୍ଥ ୨୦ ନମ୍ବର ଜାତୀୟ ରାଜପଥର ଲଙ୍ଗଳକଣ୍ଟି କାଜୁ ଜଙ୍ଗଲ ସାମ୍ନା ରାସ୍ତାରେ ଆଜି ମଧ୍ୟାହ୍ନରେ ଏକ ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ବାଇକରେ ଥିବା ତିନିଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଯୁବକମାନେ ହେଲେ ମୟୁରଭଞ୍ଜ ଜିଲ୍ଲା ଶୁକୃଳି ଅଞ୍ଚଳର ବିଦ୍ୟାଧର ନାଏକ, ଅନୀଲ ନାଏକ ଓ ରାକେଶ ନାଏକ । ଘଟଗାଁରୁ ବାଇକ ଯୋଗେ ନିଜ ଗ୍ରାମକୁ ଯାଉଥିବା ବେଳେ ଲଙ୍ଗଳକଣ୍ଟି କାଜୁ ଜଙ୍ଗଲ ନିକଟରେ ବାଇକଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଖବର ପାଇ ଏନଏଚ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଛି। ଖବର ପାଇ ଢେଙ୍କିକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.