ଟ୍ରାକ୍ଟର ଧକ୍କାରେ ୨ ବାଇକ୍ ଆରୋହୀ ଗୁରୁତର

ପାଟଣା: ପାଟଣା-କେନ୍ଦେଇପଶି ରାସ୍ତାର ହନୁମାନ ଛକ ନିକଟରେ ଆଜି ସନ୍ଧ୍ୟାରେ ଏକ ଟ୍ରାକ୍ଟର ଧକ୍କାରେ ୨ଜଣ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଦ୍ବୟ ଭୀମାପଡା ଗ୍ରାମର ନନ୍ଦ ନାଏକ ଓ ବାବାଜୀ ନାଏକ ବୋଲି ଜଣାପଡିଛି। ଖବର ପାଇ ପାଟଣା ଅଗ୍ନିଶମ ବାହିନୀ ଦୁଇ ଗୁରୁତରଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ପାଟଣା ମେଡିକାଲରେ ଭର୍ତ୍ତି କରିଛନ୍ତି। ଦୁଇ ଜଣ ଗୁରୁତରଙ୍କ ମଧ୍ୟରୁ ନନ୍ଦ ନାଏକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତୁରୁମୁଙ୍ଗା ପୋଲିସ ଘଟଣାର ତଦନ୍ତ କରୁଛି।

Comments are closed.