ଗ୍ୟାସ୍ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ସମ୍ବେପଦର ଘାଇ ନିକଟରେ ଆଜି ସଂନ୍ଧ୍ୟରେ ଏକ ଗ୍ୟାସ୍ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ପଡ଼ି ଦୁର୍ଘଟଣାଗ୍ରସ୍ତ ଘଟିଛି। ତେବେ ଟ୍ରକ୍ ଚାଲକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଖବର ପ୍ରକାରେ, ଜଟଣୀ ଠାରୁ କୋରାପୁଟ୍ ଅଭିମୁଖେ ଯାଉଥିବା ଉକ୍ତ ଗ୍ୟାସ୍ ବୋଝେଇ ଟ୍ରକ ଘାଇ ନିକଟରେ ଭାରସାମ୍ୟ ହରାଇ ପଡି ଲେଉଟି ପଡ଼ିଥିଲା। ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା ବେଳେ ଟ୍ରକ୍ ଟି କ୍ଷତିଗ୍ରସ୍ତ ହୋଇଛି। ଟ୍ରାକ୍ ଚାଳକ ନିଶ୍ଚିତ ମୃତ୍ୟୁ ମୁଖରୁ ବଂଚି ଯାଇଛନ୍ତି। ଖବର ପାଇଁ ଆଖ ପାଖର ଅଞ୍ଚଳବାସୀ ଘଟଣସ୍ଥଳରେ ପହଞ୍ଚି ଉଦ୍ଧାର କରିବା ସହିତ ତୁରନ୍ତ ପୁଲିସ୍ ଓ ଦମକଳ ବାହିନୀ ଖବର ଦେଇଥିଲେ ଓ ଖବର ପାଇଁ ଉଭୟ ବିଭାଗ ପହଞ୍ଚି ଉଦ୍ଧାରରେ ସହଯୋଗ କରିଥିଲେ।

Comments are closed.