ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର

ପାଟଣା : ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ପିପିଳିଆ ଛକ ନିକଟରେ ଏକ ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି । ଗୁରୁତର ବାଇକ୍ ଆରୋହୀ ଜଣଙ୍କ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଲଙ୍ଗଳକଣ୍ଟି ଗ୍ରାମର ବୁଦ୍ଧଦେବ ମହାନ୍ତ(୫୨) ଓରଫ ଗଣିଆ ବୋଲି ଜଣାପଡିଛି। ସେ ଆଜି ପୂର୍ବାହ୍ନରେ କେନ୍ଦୁଝର ଅଭିମୁଖେ ଯାଉଥିବା ସମୟରେ ଏକ ୧୨ ଚକିଆ ଟ୍ରକ୍ ତାଙ୍କୁ ପଛରୁ ଧକ୍କା ଦେଇଥିଲା। ଫଳରେ ସେ ବାଇକ୍ ରୁ ଛିଟିକି ପଡି ଗୁରୁତର ହୋଇଥିଲେ । ଦୁର୍ଘଟଣା ଘଟାଇ ଘଟଣା ସ୍ଥଳରୁ ଟ୍ରକଟି ଫେରାର ହୋଇଯାଉଥିବା ବେଳେ ସ୍ଥାନୀୟ ଲୋକ ଚାନ୍ଦପଶି ନିକଟରେ ଟ୍ରକଟିକୁ ଧରିଥିଲେ । ଢେଙ୍କିକୋଟ ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ୍ କରିଛନ୍ତି। ଗୁରୁତର ବାଇକ୍ ଆରୋହୀଙ୍କରୁ ଏନ୍ଏଚ୍ ଆମ୍ବୁଲାନ୍ସ ଯୋଗେ ଘଟଗାଁ ମେଡିକାଲରେ ଭର୍ତ୍ତି କରିଛନ୍ତି ।

Comments are closed.