୨ବାଇକ ମୁହାଁମୁହିଁ ଧକ୍କା ; ୨ ମୃତ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଳକ ଅନ୍ତର୍ଗତ ଦିଘି ନୂଆ ସାହିଠାରେ ୨ବାଇକ ମୁହାଁମୁହିଁ  ଦୁର୍ଘଟଣାଗ୍ରସ୍ତ ହୋଇ ମଙ୍ଗଳବାର ୨ଯୁବକଙ୍କ ମୃତ୍ୟୁ ହୋଇଛି। ଉଭୟଙ୍କ ମଧ୍ୟରେ ଜଣେ  ଯୁବକ ଦିଘି ନୂଆ ସାହି ଗ୍ରାମର ଲୁଛୁ ମୁର୍ମୁ (୨୫ )। ଅନ୍ୟ ଜଣଙ୍କ  ବଦର ହେମ୍ବ୍ରମ (୨୩) ବୋଲି ଜଣାଯାଇଛି।
ଆଜି ସକାଳ ୧୦ ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ଖବର ପାଇ ଉଦଳା ଦମକଳ ବାହିନୀ ଘଟଣାସ୍ଥଳରୁ ଉଭୟଙ୍କୁ ଉଦ୍ଧାର କରି ଉଦଳା ଡ଼ାକ୍ତରଖାନାରେ ଭର୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.