କାର୍ ଧକ୍କାରେ ଭାଙ୍ଗିଲା ବିଜୁଳି ଖମ୍ବ, ଅଳ୍ପକେ ବର୍ତିଲେ ଡ଼୍ରାଇଭର

ବୌଦ୍ଧ : ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଗମ୍ଭାରୀପଦର ଗ୍ରାମ ନିକଟରେ ରବିବାର ସକାଳୁ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । କାରଟି  ଭାରସାମ୍ୟ ହରାଇ ରାସ୍ତାକଡର ଏକ ବିଦ୍ୟୁତ ଖମ୍ବରେ ଧକ୍କା ଦେବାରୁ ବିଜୁଳିଖୁଣ୍ଟ ଭାଙ୍ଗି ପଡ଼ିଛି । ଫଳରେ ବିଦ୍ୟୁତ ତାର ରାସ୍ତା ଉପରେ ଝୁଲି ରହିବା ସହିତ ଦୀର୍ଘ ସମୟ ଧରି ଜାତୀୟ ରାଜପଥରେ ଯାନ ବାହାନ ଚଳାଚଳ ବନ୍ଦ ହୋଇଯାଇଥିଲା। ବିଦ୍ୟୁତ ବିଭାଗକୁ ସୂଚନା ଦିଆଯିବା ପରେ ବିଦ୍ୟୁତ ସଂଯୋଗ ବିଛିନ୍ନ କରାଯାଇ ଯାନବାହାନ ଚଳାଚଳକୁ ସ୍ୱାଭାବିକ କରାଯାଇଥିଲା। ତେବେ ଏହି ଦୁର୍ଘଟଣାରେ କାରରେ ଏକୁଟିଆ ଥିବା ଡ୍ରାଇଭର ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି।

Comments are closed.