ଟ୍ରକ ପଛକୁ ଧକା ଦେଲା ବସ ; ୧ ମୃତ, ୨୦ ଆହାତ

ସୋର : ବାଲେଶ୍ବର ଜିଲା ୧୬ନଂ ଜାତୀୟ ରାଜ ପଥ ଜାମୁଝାଡି ନିକଟରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଛିଡା ହୋଇଥିବା ଟ୍ରକକୁ ଏକ ବସ ପଛରୁ ଧକ୍କା ଦେଇଥିବା ଜଣାପଡିଛି। ଫଳରେ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୨୦ ଆହାତ ହୋଇଛନ୍ତି ।

ସୂଚାନା ଅନୁଯାୟୀ, ପଣ୍ଡିଚେରିରୁ ପ୍ରବାସୀ ମାନଙ୍କୁ ନେଇ ପାଟନା ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍ ଜାମୁଝାଡି ନିକଟରେ ପୂର୍ବରୁ ଛିଡା ହୋଇଥିବା ଏକ ଟ୍ରକକୁ ପଛରୁ ଧକା ଦେଇଥିଲା । ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହାତଙ୍କୁ ଉଦ୍ଧାର କରି ସୋର ଡାକ୍ତର ଖାନାକୁ ପଠାଇଥିଲେ। ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ବାଲେଶ୍ବର ସ୍ଥାନାନ୍ତର କରାଯାଇଛି। ସିମୁଳିଆ ଆଇଆଇସି ପର୍ଶୁରାମ ସାହୁ ଯାତ୍ରୀ ମାନଙ୍କୁ ଅନ୍ୟ ଏକ ବସ୍ ଯୋଗେ ପାଟନା ପଠାଇଛନ୍ତି। ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ପାରିଚୟ ମିଳି ପାରିନି ।

Comments are closed.