୧୦ ଚକିଆ ଟ୍ରକ ଓଲଟି ହେଲପର ମୃତ, ଡ୍ରାଇଭର ଆହତ

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଳକ ଲୁହାଗୁଡି ପଂଚାୟତ-ଗଜପତି-ଗଞ୍ଜାମ ଜିଲ୍ଲା ସିମାନ୍ତବର୍ତୀ ତପ୍ତପାଣି ମ୍ରୁଗ ବିହାର ବୁଲାଣି ନିକଟରେ ଭାରସାମ୍ୟ ହରାଇ ୧୦ ଚକିଆ ଟ୍ରକ ଓଲଟି ହେଲପରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, ୧୦ ଚକିଆ ଟ୍ରକଟି ରା.ଉଦୟଗିରି ଠାରେ ସିମେଣ୍ଟ ଓହ୍ଲାଇ ବ୍ରହ୍ମପୁର ଅଭିମୁଖେ ଯାଉଥିବା ସମୟରେ ଡ୍ରାଇଭର ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅନ୍ତର୍ଗତ ଆଙ୍କରୋଡା ଗ୍ରାମର କାଳୁ ଚରଣ ରାଉତ ହେଲପର ସେହି ଗ୍ରାମର ମନୋଜ କୁମାର ଗୌଡଙ୍କୁ ଗାଡି ଚଲାଇବା ପାଇଁ ଦେଇଥିଲେ। ଗାଡି ଟି ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଲେ ତପ୍ତପାଣି ଘାଟି ନିକଟ ମ୍ରୁଗ ବିହାର ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଟ୍ରକଟି ଓଲଟି ପଡିଥିଲା। ଘଟଣାସ୍ଥଳରେ ଟ୍ରକ ତଳେ ଚାପି ହୋଇ ହେଲପର ମନୋଜ ମୃତ୍ୟୁ ବରଣ କରିଥିଲେ। ଡ୍ରାଇଭର କାଳୁ ସାମାନ୍ୟ ଆହତ ହୋଇଥିଲେ। ଖବର ପାଇ ପାଟପୁର ଥାନା ପୁଲିସ ପହଂଚି ଘଟଣାର ଅନୁସନ୍ଧାନ କରୁଥିବା ଜଣାପଡିଛି ।

Comments are closed.