ଓଲଟିଲା ଯାତ୍ରୀବାହୀ ବସ ; ୨୫ ରୁ ଅଧିକ ଆହତ, ୩ ଗୁରୁତର

ବାଲେଶ୍ୱର : ବାଲେଶ୍ୱର ଜିଲା ୧୬ ନମ୍ବର ଜାତୀୟ ରାଜପଥ ସିମୁଳିଆ ଥାନା ଅନ୍ତର୍ଗତ ଭଗିଆ ଛକରେ ରବିବାର ଭୋର ସମୟରେ ଏକ ଯାତ୍ରୀବାହୀ ବସ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨୫ ରୁ ଅଧିକ ଯାତ୍ରୀ ଆହତ ହେବା ସହ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଗୁରୁତର ଆହତଙ୍କୁ ସିମୁଳିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଉକ୍ତ ବସଟି ରାଇରଙ୍ଗପୁରରୁ ଭୁବନେଶ୍ୱର ଆସିବା ବେଳେ ଭାରସାମ୍ୟ ହରାଇ ଏହି ଦୁର୍ଘଟଣା ଘଟିଥିବା ନେଇ ସୂଚନା ମିଳିଛି।

Comments are closed.