ଟ୍ରକ ଧକ୍କାରେ ସାଇକେଲ ଆରୋହୀ ମୃତ

ବାଲେଶ୍ୱର : ବାଲେଶ୍ୱର ଜିଲା ୧୬ ନମ୍ବର ଜାତୀୟ ରାଜପଥ ବାମପଦା ଛକରେ ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ।
ସୂଚନା ଯୋଗ୍ୟ, ଦୀର୍ଘ ୧୦ ବର୍ଷ ଧରି ବାମପଦା ଛକରେ ଓଭରବ୍ରିଜ ନିର୍ମାଣ ପାଇଁ ସ୍ଥାନୀୟଲୋକେ ପ୍ରଶାସନ ନିକଟରେ ଦାବି କରୁଛନ୍ତି। ଉକ୍ତ ଅଞ୍ଚଳରେ ବାରମ୍ବାର ଦୁର୍ଘଟଣା ଘଟି ଅନେକ ଲୋକଙ୍କ ମୃତ୍ୟୁ ହେବାରୁ ଅଞ୍ଚଳବାସୀ ଅସନ୍ତୁଷ୍ଟ ହୋଇ ରହିଛନ୍ତି।

Comments are closed.