ପୁରୀ-କୋଣାର୍କ ବେଳାଭୂମୀ ରାସ୍ତାରେ ବସକୁ ଧକ୍କା ଦେଲା ବସ : ୧ମୃତ , ୨୪ ଆହତ

ପୁରୀ: ପୁରୀ-କୋଣାର୍କ ବେଳାଭୂମୀ ରାସ୍ତାରେ ଗୁରୁବାର ଏକ ପର୍ଯ୍ୟଟକ ବସ ଓ ଏକ ଯାତ୍ରୀବାହୀ ବସ ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨୪ ଜଣ ଆହତ ହୋଇଥିବାବେଳ ୩ ଜଣଙ୍କ ଅବସ୍ଥା ଗୁରୁତର ଥି୍ବା ଜଣାପଡ଼ିଛି। ନିକଟରେ ମିଳିଥିବା ଖବର ଅନୁଯାୟୀ, ୩ଗୁରୁତରଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ବସ ଡ୍ରାଇଭର ଅର୍ଜୁନ ମହାକୁଡ଼। ସମସ୍ତ ଆହତ ଯାତ୍ରୀ ବର୍ତ୍ତମାନ ସୁଦ୍ଧା କୋଣାର୍କ ଏବଂ ପୁରୀ ଡାକ୍ତଖାନାରେ ଚିକିତ୍ସିତ ଅଛନ୍ତି।

Comments are closed.