ଜାତୀୟ ରାଜପଥରେ ବାଇକ୍‌କୁ ଧକ୍କା ଦେଲା ଟ୍ରକ; ଜଣେ ମୃତ

ବାଲେଶ୍ବର: ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ସିମୁଳିଆ ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଯାଇଛି। ଦୁର୍ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବରେ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଏକ ବାଇକରେ ଦୁଇ ଜଣ ଯୁବକ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭଦ୍ରକ ମେଡିକଲରେ ଭର୍ତ୍ତି କରାଯାଇଛି। ମୃତ ଯୁବକ ଜଣଙ୍କ ହେଲେ ଗଜେନ୍ଦ୍ର ମଣ୍ଡଳ।

ଜାତୀୟ ରାଜପଥ ଗୋଟିଏ ପାଖ ରାସ୍ତାରେ କାମ ଚାଲୁଥିବାରୁ ଅନ୍ୟ ପାଖ ରାସ୍ତା ଦେଇ ସମସ୍ତ ଗାଡି ଯାତାୟତ କରୁଛି। ଏହି କାରଣରୁ ସେଠାରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟିଛୁ ବୋଲି ସ୍ଥାନୀୟଲୋକ ଅଭିଯୋଗ କରିଛନ୍ତି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଜାରି ରହିଛି। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତଲୋକେ ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଛି।

Comments are closed.