ଭୁବନେଶ୍ବର : ଅଟୋକୁ ପିଟିଲା ବୋଲେରୋ, ଦମ୍ପତ୍ତି ଗୁରୁତର

ଭୁବନେଶ୍ବର : ଭୁବନେଶ୍ବର ରାଜମହଲ ଛକ ନିକଟରେ ଗୁରୁବାର ସକାଳୁ ଏକ ଦୁର୍ଘଟଣା ଘଟିଛି । ଏଥିରେ ୨ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଏକ ଅଟୋକୁ ବୋଲେରୋ ଧକ୍କା ଦେବାରୁ ଅଟୋରେ ଯାଉଥିବା ଦମ୍ପତ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି । ଘନ କୁହୁଡି ଯୋଗୁଁ ଉଭୟ ଗାଡି ଚାଳକ କେହି କାହାକୁ  ଭଲଭାବେ ଦେଖିପାରୁ ନ ଥିଲେ । ତେବେ ଦ୍ରୁତ ଗତିରେ ଆସୁଥିବା ବୋଲେରୋଟି ଅଟୋକୁ ଧକ୍କା ଦେଇ ଫେରାର ହୋଇଯାଇଛି । ଆହତ  ଦମ୍ପତ୍ତିଙ୍କୁ  କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Comments are closed.