ସଡ଼କ ଦୁର୍ଘଟଣା ; ୧ ମୃତ

ବାଲେଶ୍ବର : ବାଲେଶ୍ବର ଜିଲା ୫୭ ନମ୍ବର ଜାତୀୟ ରାଜପଥ  ଅନ୍ତର୍ଗତ ଇକଡା ଛକ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ମୟୁରଭଞ୍ଜ ଜିଲାର ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଜଳେଶ୍ଵରରୁ ଭୋଗରାଇ ଅଭିମୁଖେ ଇଟା ବୋଝେଇ କରି  ଯାଉଥିବା ଏକ ପିକଅପ ଭ୍ୟାନ ସେହି ସମୟରେ ଇକଡା ଛକ ଠାରେ ଧାନ କାଟିବାକୁ ଆସିଥିବା ଜଣେ ଶ୍ରମିକ ଉପରେ ଚଢି ଯାଇଥିଲା। ଘଟଣା ସ୍ଥଳରେ ଉକ୍ତ ଶ୍ରମିକର ମୃତ୍ୟୁ ଘଟିଛି। ଖବର ପାଇ ଘଟଣା ସ୍ଥଳରେ ଜଳେଶ୍ଵର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.