ଟ୍ରଲର ଧକ୍କରେ ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଝାରସୁଗୁଡ଼ା: ବଡ଼ମାଳ ଥାନା ଅନ୍ତର୍ଗତ ଏସ୍ଏମ୍‌ସି ପାୱାର ପ୍ଲାଣ୍ଟ ଛକ ନିକଟରେ ଟ୍ରଲର ଧକ୍କରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ଦୁଇ ଭାଇ ହେଲେ ତୁମ୍ବେକେଲା ଗ୍ରାମର ଶାନ୍ତନୁ ଭଇଁଷା(୪୫) ଓ ଜଗନ୍ନାଥ ଭଇଁଷା (୪୨)।
ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଭାଇ ବାଇକରେ ଯାଉଥିବା ବେଳେ ଲୁହା ପଥର ବୋଝେଇ ଏକ ଟ୍ରଲର ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ବଡ଼ମାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରଲରକୁ ଜବତ କରିବା ସହ ଚାଳକକୁ ଅଟକ ରଖିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା। କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକେ ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ୍ ୱେକୁ ଅବରୋଧ କରିଥିବା ଜଣାଯାଇଛି।

Comments are closed.