ବାଇକକୁ ଧକ୍କା ଦେଲା ଟ୍ରକ- ୨ମୃତ

ଦେବଗଡ଼:  ଦେବଗଡ଼ ଥାନା ଲଇମପୁର ଫାଣ୍ଡି ଅନ୍ତର୍ଗତ ଲୁଢର ନୁଅଁଡିହୀ ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ମାଲ ବଝୋଇ ଟ୍ରକ ସମ୍ନାପଟୁ ଆସୁଥିବା ଏକ ବାଇକକୁ ଧକ୍କା ଦେବା ଫଳରେ ୨ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଦୁଇଜଣ ନାମ  ଦେଓପାଣି ଗ୍ରାମର ଡମ୍ବୁର ଶଣ୍ଢ ଏବଂ ବାଦୁ କିସାନ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗୁରୁବାର ଅପରହ୍ନାରେ ଡମ୍ବୁର ଓ ବାଦୁ କିସାନ ଏକ ବାଇକ ଯୋଗେ ଯାଉଥିବାବେଳେ ସମ୍ନାପଟୁ ଆସୁଥିବା ଏକ ଟ୍ରକ ସେମାନଙ୍କୁ ଲୁଢର ନୂଅଁଡିହୀ ନିକଟକେ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥାନାରେ ଜଣଙ୍କ ମୃତ୍ୟୁ ହୋଇଥିଲା  । ନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କୁଚିଣ୍ଡା ଡାକ୍ତର ଖାନାକୁ ନିଆଯାଇଥିଲା । ମାତ୍ର ଡାକ୍ତର ସେଠାକେ ତାଙ୍କୁ ମୃତ ଘୋଷଣ କରିଥିଲେ ।

Comments are closed.