ସଡ଼କ ଦୁର୍ଘଟଣାରେ ୨ ମୃତ

ସୁନ୍ଦରଗଡ଼ : ସୁନ୍ଦରଗଡ ହେମଗିରି ଥାନା ଅନ୍ତର୍ଗତ ଟାଙ୍ଗରଡ଼ିହି ରାସ୍ତାରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଟାଙ୍ଗରଡ଼ିହି ରାସ୍ତାରେ ଯାଉଥିବା ଏକ ବାଇକ କୌଣସି କାରଣରୁ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ୨ ବାଇକ ଆରୋହୀ ରାସ୍ତାରେ ଛିଟକି ପଡ଼ିବାରୁ ତାଙ୍କୁ ଆଘାତ ଲାଗିଥିଲା ଓ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି।

 

Comments are closed.