ଦୁର୍ଘଟଣା ପରେ ମାଲ ବୋଝେଇ ଟ୍ରକ ଜଳିଗଲା

ଖୁଣ୍ଟା  : ମୟୂରଭଞ୍ଜ ଜିଲା ୧୯ ନମ୍ବର ରାଜ୍ୟ ରାଜପଥର ଖୁଣ୍ଟା ନିକଟସ୍ଥ କେନାଲ ଛକରେ ଗୁରୁବାର ଏକ ମାଲ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ଟ୍ରକରେ ହଠାତ ନିଆଁ ଲାଗି ଯାଇଥିଲା। ଟ୍ରକର ଚାଳକ ଓ ହେଲପର୍ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡ଼ିଛି। ଖବର ପାଇ ଖୁଣ୍ଟା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ନିଆଁକୁ ଆୟତ କରିବା ପାଇଁ ଅଗ୍ନିଶମ କର୍ମଚାରୀଙ୍କୁ ୩ ଘଣ୍ଟା ସମୟ ଲାଗିଥିଲା ବୋଲି ସୂଚନା ମିଳିଛି ।

Comments are closed.