ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ ଜଣେ ଗୁରୁତର

ଭୁବନେଶ୍ୱର : ଭୁବନେଶ୍ୱର ଆଚାର୍ଯ୍ୟ ବିହାର ଓଭରବ୍ରିଜ ନିକଟରେ ସୋମବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ, ଏକ ବାଇକରେ ବାପା ଓ ପୁଅ ଓଭରବ୍ରିଜରେ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କା ଏମାନଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ବାପାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଗୁରୁତର ପୁଅକୁ ମେଡ଼ିକାଲକୁ ପଠାଯାଇଛି। ଗାଡ଼ି ଧକ୍କା ପରେ ବ୍ରିଜ ଉପରୁ ପ୍ରାୟ ୩୦ ଫୁଟ ତଳକୁ ବାପପୁଅ ଖସିଯାଇଥିଲେ।

Comments are closed.