ନୟାପଲ୍ଲୀ ଓଭରବ୍ରିଜ୍ ରେ ସଡକ ଦୁର୍ଘଟଣା; ୨ ମୃତ

ଭୁବନେଶ୍ବର : ନୟାପଲ୍ଲୀ ଓଭରବ୍ରିଜ୍ ଉପରେ ସଡକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଏକ ବାଇକ୍ କୁ ଏକ ଟ୍ରକ୍ ଧକ୍କା ଦେଇଛି । ଫଳରେ ବାଇକରେ ଯାଉଥିବା ୩ ଜଣ ଯୁବକଙ୍କ ମଧ୍ୟରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ଗୁରୁତର ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇ କଟକ ଏସସିବି ମେଡିକାଲକୁ ପଠାଯାଇଛି । ଘଟଣାସ୍ଥଳରୁ ଟ୍ରକ୍ ଡ୍ରାଇଭର ଫେରାର ହୋଇଥିବା ଜଣାପଡିଛି ।

Comments are closed.