ସଡ଼କ ଦୁର୍ଘଟଣାରେ ୧୪ ଶ୍ରମିକ ଆହତ

ଗଞ୍ଜାମ : ଭଞ୍ଜନଗର ଥାନା ଅଞ୍ଚଳର ବେଲଗୁଣ୍ଠା ରାସ୍ତାର ଚୋପ୍ରା ଗାଁ ନିକଟରେ ରବିବାର ଏକ ବୋଲେରୋ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏଥିରେ କାମ କରିବାକୁ ଯାଉଥିବା ୧୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଭଞ୍ଜନଗର ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସୂଚନା ଯୋଗ୍ୟ, ବୋଲେରୋଟିରେ ଶ୍ରମିକମାନେ ଭଞ୍ଜନଗର ତିଳିସିଙ୍ଗିରୁ ଜଗନ୍ନାଥପ୍ରସାଦ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

Comments are closed.