ଦୁଇ ବାଇକ ଧକ୍କାରେ ୪ ଯୁବକ ଗୁରୁତର

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଳକ ଧାମୁଣି ପଙ୍ଗା ପଞ୍ଚାୟତର ଖୁଦଭଟା ଓ ପୂଜାରୀଗୁଡା ମଝି ବୁଲାଣିରେ ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ୪ ଜଣ ଯୁବକ ଗୁରୁତର ହୋଇଥିବା ଦେଖିବାକୁ ମିଳିଛି। ପୁଲିସ ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୧୧ ଘଣ୍ଟା ସମୟରେ ଏହି ପଞ୍ଚାୟତର କଟିଙ୍ଗ ନାଳ ଗାଁର ୨ ଜଣ ଭରତ ହିକକା (୨୦) ଓ ସମାରାଓ କଡ୍ରାକା (୨୫) ଗୋଟିଏ ବାଇକରେ କଲ୍ୟାଣ ସିଂହପୁର ସଦରକୁ ଆସୁଥିବା ବେଳେ ବିପରୀତ ଦିଗରୁ ବା କଲ୍ୟାଣସିଂହପୁରଠାରୁ ଗୋଟିଏ ବାଇକ ରେ ୨ ଜଣ ମାସୁ ମାଣ୍ଡିକା (୨୫) ଓ ଭରତ କାଡ୍ରାକା (୨୦) ଯାଉଥିବା ବେଳେ ଖୁଦଭଟା ଓ ପୂଜାରୀଗୁଡା ଗାଁ ମଝି ବୁଲାଣିରେ ଦୁଇ ବାଇକ ମୁହାଁମୁହିଁ ହୋଇଥିଲା। ଏଥିରେ ଦୁଇ ବାଇକରେ ଥିବା ୪ ଜଣ ଯୁବକ ଗୁରୁତର ଅବସ୍ଥାରେ ଘଟଣା ସ୍ଥଳରେ ପଡିରହିଥିଲେ। କୌଣସି ସୂତ୍ରରୁ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିବା ସହ ୧୦୮ ଆମ୍ବୁଲାନ୍ସକୁ ଯୋଗା ଯୋଗ କରିଥିଲେ। ପୁଲିସ ଗାଡି ଓ ଆମ୍ବୁଲାନ୍ସରେ ଗୁରୁତର ଆହତଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏଠାରେ ପ୍ରାଥମିକ ଚିକିତ୍ସା ପାର ଗୁରୁତରମାନଙ୍କୁ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଛନ୍ତି। ଘଟଣା ସ୍ଥଳରେ ଏସଆଇ ବିମଲ କଅଁର ଓ ଏ ଏସ ଆଇ ଦେବେନ୍ଦ୍ର କୁମାର ସାହୁ ପହଞ୍ଚି ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି।

Comments are closed.