ବୋଲେରୋ ଓଲଟି ଦୁଇ ଆହତ

ବାଲିଅନ୍ତା ଥାନା ଅନ୍ତର୍ଗତ ପାହାଳ ଫାଣ୍ଡି ଅଧିନ ନିଆଳି-ଫୁଲନଖରା ରାସ୍ତାର ନଖରା ଡିପିଏସ ରୋଡ଼ ଠାରେ ଏକ ଦୁର୍ଘଟଣା ଘଟିଛି।  ନିଆଳି ପଟରୁ ଫୁଲନଖରା ଅଭିମୁଖେ ଏକ ବୋଲେରୋ ଗାଡ଼ି ଯାଉଥିବା ବେଳେ ହଠାତ ଜଣେ ମହିଳା ସ୍କୁଟି ଚାଳକ ଡିପିଏସ ରୋଡ଼ ପଟରୁ ବୋଲେରୋ ଗାଡ଼ି ଆଗକୁ ଚାଲିଆସିବାରୁ ବୋଲେରୋ ଚାଳକ ହଠାତ୍ ବ୍ରେକ ଲଗାଇବାରୁ ବୋଲେରୋ ଗାଡ଼ି ଭାରସାମ୍ୟ ହରାଇ ରାସ୍ତା ମଝିରେ ଥିବା ଡିଭାଇଡରରେ ପିଟିହୋଇ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ସ୍କୁଟି ଚଳାଉଥିବା ମହିଳା ଅଳ୍ପକେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ବେଳେ ବୋଲେରୋ ଗାଡ଼ି ଚାଳକ ଓ ଗାଡିରେ ବସିଥିବା ଗୋପାଳପୁର ବିଦ୍ୟୁତ ସେକ୍ସନ ଏସଡିଓ ଛବିଳ ବେହେରା ସାମାନ୍ୟ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ନିକଟରେ ଥିବା ନଖରା ଗ୍ରାମର କିଛି ଯୁବକ ଆହତ ମାନଙ୍କୁ ବୋଲେରୋ ଗାଡ଼ି ଭିତରୁ ବାହାର କରିଥିଲେ । ଖବରପାଇ ଘଟଣାସ୍ଥଳରେ ପାହାଳ ଫାଣ୍ଡି ପୋଲିସ ପିସିଆର ଭ୍ୟାନ ପହଞ୍ଚି ବୋଲେରୋ ଗାଡ଼ି ଟିକୁ ଉଦ୍ଧାର କରିଥିବା ଜଣାପଡିଛି ।

Comments are closed.