କାର ଧକ୍କାରେ ଦୁଇ ବାଇକ ଆରୋହୀ ଗୁରୁତର

କଣ୍ଟାବାଞ୍ଜି : ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଭାଲୁମୁଣ୍ଡା ତେତେଲପଡା ରାସ୍ତା ନିକଟରେ ଦୁଇ ଭାଇ ବାଇକରେ ଯାଉଥିବା ବେଳେ ଭାଲୁମୁଣ୍ଡା ଆଡକୁ ଯାଉ ଥିବା ଏକ କାର ଧକ୍କା ଦେବା ଫଳରେ ଦୁଇ ଗୁରୁତର ହୋଇଛନ୍ତି। ଖବର ପାଇ ଉଭୟଙ୍କୁ କଣ୍ଟାବାଞ୍ଜି ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ସେମାନେ ହେଉଛନ୍ତି  ଛତ୍ରଙ୍ଗ ଗ୍ରାମର ଜଗଦୀଶ ପହରିଆ (୨୫)ଓ ରାଜେଶ ପହରିଆ (୧୫)ବର୍ଷ । ଜଗଦୀଶର ଅବସ୍ଥା ଗୁରୁତର ଥିବା ଓ ମୁଣ୍ଡରେ ଶକ୍ତ ଆଘାତ ଥିବାରୁ  ଡାକ୍ତର ବଲାଂଗୀର ଜିଲ୍ଲା ଡାକ୍ତର ଖାନାକୁ ରେଫର କରିଥିବା ବେଳେ,  ଆମ୍ବୁଲାନ୍ସ ଯୋଗେ ବଲାଙ୍ଗୀର ଯାଇଥିବା ଜଣାପଡିଛି। କାର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ, ଗାଁ ଲୋକେ କାରକୁ ରଖି ପୁଲିସକୁ ଖବର ଦେବା ପରେ, ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Comments are closed.