ସଡକ ଦୁର୍ଘଟଣାରେ ୨ଗୁରୁତର

ପିପିଲି : ପିପିଲି-ଡେଲାଙ୍ଗ ରାସ୍ତାର ବାଜପୋଇ ଛକଠାରେ ଗୁରୁବାର ଅପରାହ୍ନରେ ଏକ ସଡକ ଦୁର୍ଘଟଣାରେ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ରାସ୍ତାରେ ଯାଉଥିବା ଏକ ବାଇକ୍‍ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ଲାଗିବା ଫଳରେ ଉଭୟ ଗାଡିର ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି। ଉଭୟଙ୍କ ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଥିବା ବେଳେ ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପିପିଲି ଡାକ୍ତରଖାନାକୁ ପଠାଇଥିଲେ। ଅବସ୍ଥା ଅଧିକ ଗୁରୁତର ହେବାରୁ ସେଠାରେ ଉଭୟଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍‍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି। ଖବର ପାଇ ପିପିଲି ଥାନା ଏଏସ୍‍ଆଇ ପ୍ରକାଶ କୁମାର ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ୍‍ ଓ ସ୍କୁଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇଥିବା ଜଣାଯାଇଛି।

Comments are closed.